Lyrics of Odia Jagannath Bhajan-Ahe Nila Saila By Bhakta Salabega
ଆହେ ନୀଳଶଇଳ ପ୍ରବଳ ମତ୍ତ ବାରଣ ।ମୋ ଆରତ-ନଳିନୀବନକୁ କର ଦଳନ ।୧।
(Ahe Nila Saila Prabala Matta Barana
Mo arata-nalinibanaku kara dalana)
ଗଜରାଜ ଡାକ ଦେଲା ଗ୍ରାହଯୁଦ୍ଧ ବେଳେଣ ।
ଚକ୍ର ପେଷି ନକ୍ର ନାଶି କୃପା କଲ ଆପଣ ।୨।
ଦ୍ରୌପଦୀ ଯେ ଚିନ୍ତା କଲା କୁରୁସଭା ତଳେଣ ।
କୋଟି ବସ୍ତ୍ର ଦେଇ ତାଙ୍କ ଲଜ୍ଜା କଲ ବାରଣ ।୩।
ହରିଣୀକି ଘୋରବନେ ପଡ଼ିଥିଲା କଷଣ ।
ଡାକିଲା ମାତ୍ରକେ ହରି ରକ୍ଷାକଲ ଆପଣ । ୪।
ରାବଣର ଭାଇ ବିଭୀଷଣ ଗଲା ଶରଣ ।
ଶରଣ ସମ୍ଭାଳି ତାଙ୍କୁ ଲଙ୍କେ କଲ ରାଜନ ।୫।
ଅଜାମିଳ ଡାକଦେଲା ଜୀବ ଯିବା ବେଳେଣ ।
ତେଡ଼େ ବଡ଼ ପାପୀ ଗଲା ବଇକୁଣ୍ଠ ଭୁବନ । ୬।
ପ୍ରହଲ୍ଲାଦ ପିତା ସେ ଯେ ବଡ଼ ଦୁଷ୍ଟ ଦାରୁଣ ।
ସ୍ତମ୍ଭରୁ ବାହାରି ତାକୁ ବିଦାରିଲ ତକ୍ଷଣ । ୭।
ନୀଳାଚଳ ବିଜେ କରି ବୌଦ୍ଧ ଅବତାରେଣ ।
ବେନି ଭୁଜ ଟେକି ପ୍ରଭୁ ଯାଚୁଅଛ ଶରଣ । ୮।
କହେ ସାଲବେଗ ହୀନ ଜାତିରେ ମୁଁ ଯବନ ।
ଶ୍ରୀରଙ୍ଗାଚରଣ ତଳେ ରଖ ମୋତେ ଶରଣ । ୯।
Ahe Nila Saila sung by Sona Mohapatra




0 Comments